ଅନୁଭବ ନିରାଶ- ଅନୁଭବ ସ୍ବାଧୀନ ; ଦଳ କଲାନି ଭରସା , ରିସ୍କ ନେବାକୁ ଦଳ କାହିଁକି ନେଗେଟିଭ୍

Published By : Prameya-News7 Bureau | May 05, 2024 IST

ଭୁବନେଶ୍ୱର  05/04: ୨୦୨୪ ପଲିଟିକ୍ସରେ କେତେ ନିଆରା ଘଟଣା । ଦଳ ଡିଆଁ କେଉଁଠି ମାରିନେଲେ , ତ କେଉଁଠି ହେଲେ ହତାଶ । କାହାର ଭାଗ୍ୟ ବଦଳିଲାନି ତ କିଏ ଭାଗ୍ୟ ପରୀକ୍ଷାର  ବଡ ପରୀକ୍ଷାକୁ ପାଇଲେ ଟିକେଟ ।  ଏମିତି ଚର୍ଚ୍ଚାରେ ବହୁ ହେଭିୱେଟ୍‌ । ସେବେ ଥିଲା ଦବଦବା ଏବେ ଲାଗିଛି ପ୍ରଶ୍ନବାଚୀ । ଚର୍ଚ୍ଚାରେ ସବୁଠୁ ଆଗରେ ଅଭିନେତାରୁ ରିଅଲ ନେତା ଅନୁଭବ ମହାନ୍ତି । ତାଙ୍କୁ ଏଥର ବଡ ଝଟକା ଲାଗିଛି    । ୫/ ୬ ବର୍ଷ ତଳେ ସେ  ବିଜେଡିର ପୋଷ୍ଟର ବଏ । ରାଜନୀତିକୁ ଆସିଲେ ତ ବିଜେଡି ପ୍ରାର୍ଥୀ ଭାବେ ଗଲେ ରାଜ୍ୟସଭା । ୨୦୧୯ ଲୋକସଭା ନିର୍ବାଚନରେ ସେ ହେଲେ ଜିଆଣ୍ଟ କିଲର । ମାନେ ବିଜେପି ହେଭିୱେଟ୍ ବୈଜୟନ୍ତ ପଣ୍ଡାଙ୍କ ଠାରୁ ଛଡାଇ ଆଣିଲେ  କେନ୍ଦ୍ରାପଡା ଲୋକସଭା ସିଟ୍ । ବିଜେଡିରେ ଗେହ୍ଲାପୁଅ ହେଲୋଇଗଲେ । କିନ୍ତୁ ଭାଗ୍ୟ ସାଥ ଦେଲାନି  । ପାରିବାରିକ କାରଣ ସାଙ୍ଗକୁ ଦଳରେ ବି ସେ ହେଲେ କୋଣଠେସା  । ଆଉ ୨୦୨୪ ଭୋଟ ଆଗରୁ ବିଜେଡି ଛାଡି ମିଶିଲେ ବିଜେପିରେ । 

ଦିଲ୍ଲୀରେ ପଦ୍ମ ପତାକା ଧରିଥିବା ଅନୁଭବଙ୍କୁ  କଟକରେ ଏକ ବିଧାନସଭା ଆସନରେ ବିଜେପି ଲଢାଇବାର ଚର୍ଚ୍ଚା ଜୋର ଧରିଲା । କିନ୍ତୁ ସବୁ ଫୁସ୍ ।ବିଜେଡି ଛାଡିଥିବା ଭର୍ତ୍ତୁହରି ମହାତାବଙ୍କୁ କଟକ ଲୋକସଭା ସିଟ୍ ଦେଲା ବିଜେପି , କିନ୍ତୁ ଶେଷ ଯାଏଁ ଝୁଲାଇ ରଖି ଅନୁଭବଙ୍କୁ କଲା ନିରାଶ ।  ଅନ୍ୟ ତିନି ଆକ୍ଟର ଟର୍ଣ୍ଣଡ ପଲିଟିସିଆନ ସିଦ୍ଧାନ୍ତ, ଆକାଶ ଓ ଅରିନ୍ଦମଙ୍କୁ ବିଜେପି ଟିକେଟ ଦେଲା , କିନ୍ତୁ ଅନୁଭବ ନିରାଶ ।ଏପଟେ ଅଲଗା ହୋଇଥିବା ପତ୍ନୀ ବର୍ଷାଙ୍କୁ ବିଜେଡି ନିର୍ବାଚନ ମଇଦାନରେ ଛିଡା କଲା ।  କିନ୍ତୁ ଅନୁଭବ କେବଳ ବିଜେପିର ଷ୍ଟାର ପ୍ରଚାରକ ।

ଆଉ ଜଣେ ଅନୁଭବ ବି ନିରାଶ । ଖଣ୍ଡପଡାର  ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟତଙ୍କୁ ମଧ୍ୟ ମିଳିଲାନି ବିଜେଡି ଭରସା । ଶେଷ ଯାଏଁ ଅପେକ୍ଷା କରି ଅନୁଭବ ଦଳ ତ ଛାଡିଲେ । କିନ୍ତୁ ଅନ୍ୟଦଳକୁ ନଯାଇ ହୋଇଛନ୍ତି ସ୍ବାଧିନ ପ୍ରାର୍ଥୀ ।ଏମିତି   ଆଉ ଜଣେ ଚର୍ଚ୍ଚିତ ଦଳ ଡିଆଁ ଦେବାଶିଷ ନାୟକ । ଏକଦା ବିଜେଡି ସୁପ୍ରିମୋଙ୍କ ଘନିଷ୍ଠ ଥିବା ବରିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସେ । ଲଗାତର ବିଜେଡି ଟିକଟରୁ ବଞ୍ଚିତ ହେବା ପରେ ଗର୍ଜନ ତର୍ଜନ କରି ସେ ଯାଇଥିଲେ ବିଜେପି । କିନ୍ତୁ ତାଙ୍କୁ ନିର୍ବାଚନରେ ଭରସା କଲାନି ପଦ୍ମଦଳ । ଏବେ ପୁଣି ମିଶିଛନ୍ତି କଂଗ୍ରେସରେ। ଠିକ୍ ସେମିତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜିବ ବିଶ୍ବାଳ । ଜଗତସିଂହପୁରର ଏହି ହେଭିୱେଟ ବିଜିଡିରେ ସାମିଲ ହେଲେ , କିନ୍ତୁ ପାଇଲେନି ଟିକେଟ ।


 ତେବେ ସରପ୍ରାଇଜ୍ ଚାଲ୍ରେ ଟିକଟ କଟିଲା ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀଙ୍କର । ସମ୍ବଲପୁରର ବିଜେପି ସାଂସଦ ନୀତିଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ସ୍ବାମୀଙ୍କୁ ବିଜେପି ଟିକଟ ନଦେଇ ସମ୍ବଲପୁରରେ ତାଙ୍କ ସ୍ଥାନରେ  ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛିଡା କଲା । ଆଉ ଅରୁନ୍ଧତୀ ପୁଅ ସହ ମିଶିଲେ ବିଜେଡିରେ । ଦଳ ବି ତାଙ୍କୁ ଦେବଗଡ଼ ଆସନରେ ପ୍ରାର୍ଥୀ କରିବା ଘୋଷଣା କଲା । କିନ୍ତୁ ସ୍ଥାନୀୟ ନେତାଙ୍କ ବିରୋଧ ଏବଂ କମ୍ ଲୋକସଂପର୍କ କାରଣରୁ ଅରୁନ୍ଧତୀଙ୍କୁ  ବଦଳାଇଲା ବିଜେଡି । 

ମହିଳା ସଶକ୍ତିକରଣ ନୁହେଁ ତୁଚ୍ଛା ସ୍ଲୋଗାନ; ମହିଳାଙ୍କୁ ୩୩% ଆରକ୍ଷଣରେ ବିଜେଡିର ଯୋଗଦାନ, ମହିଳା ପ୍ରାର୍ଥୀ ଦେବାରେ ନବୀନ ଆଗରେ

 ରାଜନୀତିଟା ପ୍ରକୃତରେ ଲୁଡୋର ସାପ-ସିଡି ଖେଳ ଭଳି । କାହା ଭାଗ୍ୟ କେବେ ଚମକିବ, ଆଉ କାହାର ଚମକୁ ଥିବା ଭାଗ୍ୟକୁ  କେବେ କଳା ବାଦଲ ଘୋରାଇ ପକାଇବ, ତାହା କିଏ ବା ଜାଣେ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.